Itirani Samanta

Blog

Home  >>  Blog

ଇତି_କଥା

ସ୍ମୃତିର ପୃଷ୍ଠାରୁ…

ଦୁର୍ଗାପୂଜା …!!!!
ଏଇ ଦୁର୍ଗାପୂଜାକୁ ନେଇ କେତେ ସ୍ମୃତି, କେତେ ଅନୁଭୂତି ସତରେ ! ଭାବି ବସିଲେ, ହଁ କହିବାକୁ ଗଲେ ଭାବିବା ବି ଦରକାର ନାହିଁ; ଦୁର୍ଗାପୂଜା ଆସିଲେ ହିଁ ସେଗୁଡିକ ନିଜେନିଜେ ଚାଲି ଆସନ୍ତି ଆଖି ସାମ୍ନାକୁ I ଆମ ଗାଁରେ ମା’ ଦୁର୍ଗାଙ୍କର ବହୁତ ବଡ ମୂର୍ତ୍ତି ତିଆରି ହୋଇଥାଏ ଆରମ୍ଭରୁ I କହିବାକୁ ଗଲେ ଆମ ଗାଁର ଦୁର୍ଗା ମୂର୍ତ୍ତି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ନିଆରା ଢଙ୍ଗରେ ତିଆରି ହୋଇଥାଏ I ଏଭଳି ଦୁର୍ଗା ମୂର୍ତ୍ତି ଆଉ କେଉଁଠି ତିଆରି ହେବାର ଏତେ ବର୍ଷ ଭିତରେ ଆଜି ଯାକେ ଦେଖି ନାହିଁ ମୁଁ I ବହୁତ ବଡ ମେଢ଼ ଭାବରେ ତିଆରି ହୋଇଥାଏ, ଯେଉଁଥିରେ ଥାଏ ଦୁଇଟି ମେଢ଼ର ସମାହାର I ଗୋଟିଏ ଉପରେ ଆରଟି ରହିଥାଏ I ତଳ ମେଢ଼ରେ ବିରାଟ ତ୍ରିଶୂଳ ଧରି ସିଂହ ଉପରେ ଥାନ୍ତି ମହିଷା ମର୍ଦ୍ଦିନୀ ଦଶଭୁଜା ମା’ ଦୁର୍ଗା I କଡରେ ଥାନ୍ତି ମା’ ଲକ୍ଷ୍ମୀ, ମା, ସରସ୍ବତୀ I ତଳକୁ ଥା’ନ୍ତି ଶ୍ରୀ ଗଣେଶ, ମହିଷାସୁର, ମା’ଙ୍କ ସିଂହ, କାର୍ତ୍ତିକେଶ୍ୱର I ତା’ ସହିତ ଗୋଟେ କୋଣକୁ ଥାନ୍ତି ମା’ ଦୁର୍ଗାଙ୍କ ଶାଶୂ I ଉପର ମେଢ଼ରେ ଥା’ନ୍ତି ନନ୍ଦୀ ଭୃନ୍ଦୀଙ୍କୁ ସାଥିରେ ନେଇ ଦେବଦେବ ମହାଦେବ I ସେ ପୂଜା, ସେ ମେଢ଼, ଆମ ଗାଁର ସେ ପରମ୍ପରା ରହିଛି ଏବେ ବି I ଯଦିଓ ଭାଇ ୟା ଭିତରେ ଗାଁ’ର ଉନ୍ନତିକରଣ ବେଳେ ପୂଜା ମଣ୍ଡପ, ମଣ୍ଡପର ଚାରିକଡ଼, ପୂଜା ମେଢ଼ ସବୁକିଛିର ଉନ୍ନତି କରି ବଦଳେଇ ଦେଇ ସାରିଲେଣି I
ଆମ ପିଲାଦିନେ ଦୁର୍ଗା ଠାକୁରଙ୍କ ପାଖରେ ଗୁଡ଼ିଆ ବସୁଥିଲା, ଭୋଗ ବିକିବା ପାଇଁ I ତା’ ସହିତ ବିକ୍ରି ହେଉଥିଲା ବେଲୁନ I ପିଲାମାନେ ଗୁଡ଼ିଆ ପାଖରୁ ପଚାଶ ପଇସା, ଟଙ୍କାକର ଖଜା ବା ଖୁଡୁମା କିଣି ଖାଉଥିଲେ; ତା’ ସହିତ ବେଲୁନ କିଣି ଖେଳୁଥିଲେ I ଦୁର୍ଗା ମଣ୍ଡପ ପାଖରେ ଗୋଟିଏ ବେଲୁନ ଵାଲା ହିଁ ବସୁଥିଲା; ଆଉ ସେ ବେଲୁନ ଵାଲାଟି ଥିଲା ମୋ ଭାଇ ( @achyutasamanta.com ) I ଭାଇ ସେତେବେଳେ ସ୍କୁଲରେ ପାଠ ପଢୁଥିଲା I ପ୍ରତ୍ୟକ ବର୍ଷ ପୂଜା ଆସିବାର ମାସେ ପୂର୍ବରୁ ଚାଲିଥାଏ ପ୍ରସ୍ତୁତି ବେଲୁନ ବିକିବାର I ପ୍ରଥମେ ବେଲୁନ କିଣିବାକୁ ପଇସା ଦରକାର I ପଇସା କିନ୍ତୁ ନଥାଏ ତା’ ପାଖରେ I କେଉଁ ସାଙ୍ଗ ପାଖରୁ ଧାର କରି କିଣିଥାଏ ବେଲୁନ I ପୂଜା ଚାରିଦିନ ଯାକ ବେଲୁନ ବିକା ହୁଏ I ମୁଁ ସବୁବେଳେ ସବୁ କଥାରେ ଥାଏ ଭାଇର ପଛେପଛେ I ତା’ର ବେଲୁନ ବିକା ପ୍ରସ୍ତୁତିଠାରୁ ଆରମ୍ଭ କରି ବେଲୁନ ବିକା ପର୍ଯ୍ୟନ୍ତ ମୁଁ ଖାଲି ନାଚୁଥାଏ I
ବେଲୁନ ବିକା ଆରମ୍ଭ ହେବା ମାତ୍ରେ କହେ, ”ମତେ ବେଲୁନ ଦେ ଖେଳିବାକୁ I ”
ଭାଇ କହିଥାଏ, ”ସଞ୍ଜ ବେଳକୁ ଗୋଟିଏ ଦେବି; ଯଦି ଦିନ ସାରା ଭଲ ବିକ୍ରି ହେବ I”
ତା’ ସହିତ ମୋର ଗୋଟିଏ ସର୍ତ୍ତ ଥାଏ I ବେଲୁନ ବିକା ପଇସାରୁ ମତେ ଟଙ୍କାଏ ଦେବା ପାଇଁ I ସେ ସର୍ତ୍ତ ରଖିବାର କାରଣ ମଧ୍ୟ ଥାଏ I କାରଣଟି ହେଉଛି ବଡ ଭାଇ ଟାଟା ନଗରରେ ରହି ଟାଟା କମ୍ପାନୀରେ ଛୋଟ ଚାକିରିଟିଏ କରୁଥିଲେ I ତାଙ୍କର ସବୁବେଳେ ଗୋଟିଏ କଥା, ‘କେବଳ ମନ ଦେଇ ପାଠ ପଢିବ I ଆଉ କିଛି କରିବ ନାହିଁ I’ ଏପଟେ ଗାଁରେ କିନ୍ତୁ ଆମର ପରିସ୍ଥିତି ଥାଏ ଭାରି ନିଅଣ୍ଟିଆ I ଯାହା ଟିକେ ପଇସା ଆସେ ବଡ ଭାଇଙ୍କ ପାଖରୁ ତାହା ଅଣ୍ଟେ ନାହିଁ I ଏଣୁ ଭାଇ କେତେବେଳେ ବାଡ଼ିରେ ପରିବା କରି ବିକି ଥାଏ, ତ ପୂଜାମାନଙ୍କରେ ବେଲୁନ ବିକିଥାଏ; ଯେଉଁ କଥାଟି ଘଟିଥାଏ ବଡ ଭାଇଙ୍କ ଅଜାଣତରେ I ତେଣୁ ମୁଁ ତାକୁ ଧମକେଇ ରଖିଥାଏ, ମୋତେ କିଛି ପଇସା ନ ଦେଲେ ସେ ବେଲୁନ ବିକୁଛି ବୋଲି ଯେବେ ବଡ ଭାଇ ଆସିବେ ମୁଁ ସେବେ କହି ତାକୁ ଗାଳି ଶୁଣେଇବି ବଡ ଭାଇଙ୍କ ପାଖରୁ I ଯେହେତୁ ଆମ ଘର ପାଖରେ ଦେବୀ ମନ୍ଦିର, ଭାଇ ଯେତେବେଳେ ବେଲୁନ ବିକୁଥାଏ ତାକୁ ମଝିରେ ମଝିରେ ପାଣି ଆଣି ଦେଇଥାଏ ମୁଁ I ସିଏ ଯେତେବେଳେ ଘରକୁ ଖାଇବାକୁ ଯାଇଥାଏ, ସେତେବେଳେ ମୁଁ ବେଲୁନ ବାଡ଼ିଟି ଜଗି ବସିଥାଏ I ଏହିଭଳି ଭାବରେ ଭାଇର ବେଲୁନ ବିକା ଚାଲିଥାଏ; ମୁଁ କିନ୍ତୁ ଭାରି ମଜା କରୁଥାଏ ସେଥିରୁ I ପ୍ରତ୍ୟେକ ବର୍ଷ ବେଲୁନ ବିକାରୁ ବେଶ ଭଲ ଦି ପଇସା ରୋଜଗାର କରିଥାଏ ଭାଇ I ଯେଉଁ ପଇସା ତା’ର ପକେଟ ଖର୍ଚ ଉଠେଇବା ସହିତ ଘରର କିଛି କାମରେ ମଧ୍ୟ ଲାଗିଥାଏ I ମତେ ମଧ୍ୟ କିଛି ପଇସା ମିଳିଥାଏ ସେଥିରୁ I
ସମୟ ବଦଳିଛି…. ବେଲୁନ ଖେଳ ବୟସ ଆମେ ବହୁ ପଛରେ ଛାଡି ଆସିଛୁ I ଆମ ପରବର୍ତ୍ତୀ ପିଢ଼ିର ଆମ ଘରର ପିଲାମାନେ ମଧ୍ୟ ବେଲୁନ ଖେଳ ଛାଡି ସାରିଲେଣି I ଆମ ପୁଅ ଝିଅମାନେ ପିଲାଦିନେ ବେଲୁନ ଖେଳିଲା ବେଳେ ଗାଁରେ ଭାଇର ସେ ବେଲୁନ ବିକା ବିଷୟରେ ପ୍ରତ୍ୟେକ ଥର ବେଶ୍‍ କଥା ହେଇଥାଉ ଆମେ I
ସମୟ ଆଗେଇ ଚାଲିଛି ଆମେ ବି ଆଗେଇ ଚାଲିଛୁ… କିନ୍ତୁ ପୂଜା ଆସିଲାମାନେ ଭାଇର ବେଲୁନ ବିକା କଥାଟା ନିଶ୍ଚିତ ମନେ ପଡ଼ିଯାଏ…..

Durga Puja…!!!!
So many memories and insurmountable amount of experiences are associated with the divine Durga Puja! It is only in the time of Durga Puja that all the memories dance in front of my eyes. Since the very beginning, in my village, a very big idol of Maa Durga is made. The idol of Maa Durga of our village is made in a completely unique way. In these years, I have not found a similar idol of Maa Durga anywhere else.
The depiction of Maa Durga’s idol looks extremely realistic where Mahisha Mardini Dasabhuja Maa Durga is on the lion holding a big Trishul (trident). On the side, there are idols of Maa Lakshmi, Maa Saraswati. Below, there are idols of Sri Ganesha, Mahishasur, Durga Maa’s lion and Kartikeshwar. With that, in the corner there is Maa Durga’s mother-in-law. And in the up, taking Nandi Bhrundi with him, there is Har Har Mahadev. Till now, our village still has the same traditions and feelings. Although Bhai has brought many remarkable developments and improvements in our village, among which one is the transformation of the puja mandap, and the puja surrounding as well.
During our childhood, near Maa Durga’s idol used to sit a sweet seller who sold sweets and sacraments. Balloons were also sold with it. In fifty paisa to one rupee we used to buy some sweets and balloons and played with them. There was a boy selling balloons sitting near the Durga Mandap, and that boy was my brother ( @achyutasamanta.com ). Bhai was studying in school at that time and months before the puja every year there was preparation going on for selling balloons. Firstly he needed money to buy balloons but there was no money with him so, he used to borrow money from any of his friends. All four days, balloons were sold during Durga Puja. I was always behind my brother in everything. From preparation for the balloons for sale to the balloons being sold, I always was by his side and with great excitement.
As soon as he begins to sell balloons, I say, “I want to play with one balloon.”
To which Bhai replies, “I will give you one, if all the balloons are sold well throughout the day.”
I also kept a condition with him. And that was to give me one rupee from the money he gets after selling the balloons. There was also a reason for that condition. The reason was, my elder brother was staying in Tata Nagar and was doing a small job in the Tata company. He always advised us to only focus on studies and to study hard. But in the village, we had a very difficult situation. Whatever little money came from our elder brother, it always fell short and insufficient. Therefore, sometimes Bhai either sold vegetables or other times he sold balloons during festivals. This happened without my elder brother’s knowledge. So I used to threaten him to give me some money saying, if elder brother comes I will get Bhai scolded for selling balloons.
As our house was near the Devi Mandir, I used to bring water for Bhai when he sold balloons. When he went home to eat, I sat and watched the balloon stick. This way during Durga Puja, Bhai sold balloons and I used to have lots of fun during that time. Every year, Bhai earned a good amount of money from selling balloons. He kept some of the money for his pocket expenses as well as some for household chores. I also got some money from it.
Time has changed…. We have left the age of playing with balloons far behind. Our children have also grown now. When our sons and daughters used to play with balloons in their childhood, we always had a great overwhelming, memorable discussion about the stories of Bhai selling balloons in our village.
Time has moved ahead and so as we. But, when Durga Puja approaches, this particular unforgettable and old story of Bhai selling balloons always draws a picture in my mind.

5 thoughts on “ଇତି_କଥା”

  1. Memories unforgettable..the simplicity and the beautiful bond of brother sister remains forever vibrant..true and genuine feelings of love and compassion depicted..We are the generation who struggled for survival can never forget our childhood memories..Yes yet Durga Puja remains the most awaited festival ..Happy Durga Puja..

    Reply
  2. Emotional story about two loving siblings. Esabu padhi bhalo laagila, aapananko Bhai Bhaunni nka emotional attachment khub hridayasparshi.

    Reply
  3. ଖୁବ୍ ହୃଦୟସ୍ପର୍ଶୀ 🙏

    ହେଲେ ଏଭଳି କଥା ଭାବନାରୁ କେବେ ‘ଇତି’ ହେବନି।

    Reply
  4. ଅଭୁଲା ସ୍ମୃତିର ଅବସାଦ ନାହିଁ। ଆବେଗ ପୂର୍ଣ୍ଣ ମର୍ମସ୍ପର୍ଶୀ ଆଲେଖ୍ଯ ପଟ୍ଟାନ୍ତର ନାହିଁ। ଅନବଦ୍ୟ ରଚନା ଅତୁଳନୀୟ। ଧନ୍ୟବାଦ।

    Reply

Leave a Comment