Itirani Samanta

Blog

Home  >>  Blog

ଇତି_କଥା

ସ୍ମୃତିର ପୃଷ୍ଠାରୁ… ଦୁର୍ଗାପୂଜା …!!!!ଏଇ ଦୁର୍ଗାପୂଜାକୁ ନେଇ କେତେ ସ୍ମୃତି, କେତେ ଅନୁଭୂତି ସତରେ ! ଭାବି ବସିଲେ, ହଁ କହିବାକୁ ଗଲେ ଭାବିବା ବି ଦରକାର ନାହିଁ; ଦୁର୍ଗାପୂଜା ଆସିଲେ ହିଁ ସେଗୁଡିକ ନିଜେନିଜେ ଚାଲି ଆସନ୍ତି ଆଖି ସାମ୍ନାକୁ I ଆମ ଗାଁରେ ମା’ ଦୁର୍ଗାଙ୍କର ବହୁତ ବଡ ମୂର୍ତ୍ତି ତିଆରି ହୋଇଥାଏ ଆରମ୍ଭରୁ I କହିବାକୁ ଗଲେ ଆମ ଗାଁର ଦୁର୍ଗା ମୂର୍ତ୍ତି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ନିଆରା ଢଙ୍ଗରେ ତିଆରି ହୋଇଥାଏ … Read more

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି… ଆଗକୁ ଆସୁଛି ଦୁର୍ଗାପୂଜା I ସେଇ ଦୁର୍ଗାପୂଜା ଆସୁଛି ବୋଲି ଆଜି ଏମିତି ଗୋଟେ କଥା ମୋ ମନକୁ ଆହୁରି ଥରେ, ଆହୁରି ଥରେ, ଆହୁରି ଥରେ, ଥରକୁ ଥର ବାରମ୍ବାର ଆନ୍ଦୋଳିତ କରିଚାଲିଛି I ଭାବିଲି ସେଇ କଥାକୁ ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ Iପିଲାଦିନେ ଦୁର୍ଗାପୂଜା ଗୋଟେ ଏମିତି ଉତ୍ସବ ଥିଲା ମୋ ପାଇଁ; ବର୍ଷଟା ସାରା ଅନେଇ ରହୁଥିଲି କେବେ ଦୁର୍ଗାପୂଜା ଆସିବ ! କାରଣ, ଦୁର୍ଗାପୂଜା ଆମ ଘରେ … Read more

ଇତି_କଥା

ସତୁରି ଦଶକର କଥା । ସେତେବେଳେ କଟକରୁ ଟାଟା ନଗର ଯିବାକୁ ହେଲେ ମାତ୍ର କେତୋଟି ଟ୍ରେନ୍‍ର ସୁବିଧା । ତତ୍‍କାଳୀନ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ଆମ ଗାଁ କଲରାବାଙ୍କରୁ ଟାଟାନଗର ଯିବାକୁ ହେଲେ ଗାଁରୁ ବସ୍‍ ରେ କଟକ ଯାକେ ଯାଇ କଟକ ଷ୍ଟେସନ୍‍ରୁ ଟ୍ରେନ୍‍ ଧରିବାକୁ ହେଉଥିଲା । ମା’ ଟାଟାନଗର ପ୍ରାୟତଃ ଯାଉଥିଲା । ତା’କୁ ଭଲ ଲାଗୁଥିଲା ଟାଟାନଗର ଯିବା ପାଇଁ । ଯିବାକୁ ହିଁ ପଡୁଥିଲା ତା’କୁ । … Read more